ଭୁବନେଶ୍ୱରରେ ପୁଣି କଣ୍ଟେନମେଣ୍ଟ ଜୋନ୍ , ରାଜେନ୍ଦ୍ର ବିହାର ଆପାର୍ଟମେଂଟ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କଲା ବିଏମସି

ଭୁବନେଶ୍ୱର – ରାଜଧାନୀକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍ । ୫୨ ନମ୍ବର ୱାର୍ଡର ଫରେଷ୍ଟ ପାର୍କ ଅଂଚଳରେ ଥିବା ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ । ସେହି ଅଂଚଳକୁ ଅନିର୍ଦ୍ଦିଷ୍ଟ ଦିନ ଯାଏଁ କେହି ଯାଇପାରିବେ ନାହିଁ କି ସେଠାରୁ କେହି ଆସିପାରିବେ ନାହିଁ । ବିଏମସି ପକ୍ଷରୁ ସେଠାକାର ବାସିନ୍ଦାଙ୍କୁ ଔଷଧ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ । ରାଜେନ୍ଦ୍ର ନଗର ଆପାର୍ଟମେଂଟରେ ୧୦ରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଏଭଳି ପଦକ୍ଷେପ ନେଇଛି ବିଏମସି ।

Comments are closed.