ଦେବଗଡ ଜିଲ୍ଲାରେ ଆଇପିଏଲ ବେଟିଂ ରାକେଟ ଠାବ, ଦୁଇ ଭାଇଙ୍କୁ ବାନ୍ଧିଲା ପୋଲିସ, ନଗଦ ୯ ଲକ୍ଷରୁ ଅଧିକ ଟଙ୍କା ଜବତ

ଦେବଗଡ – ଦେବଗଡ ଜିଲ୍ଲାରେ ଆଇପିଏଲ ବେଟିଂ ରାକେଟ ଠାବ କରିଛି ପୋଲିସ । ଏହି ଘଟଣାରେ ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି । ଦେବଗଡ ଥାନା ଅନ୍ତର୍ଗତ ଜାଡାଗୋଳା ଗାଁରେ ଆଇପିଏଲ ବେଟିଂ ଚାଲିଥିବା ନେଇ ସୂଚନା ମିଳିଲା ପରେ ଜିଲ୍ଲା ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଚଢାଉ କରି ସେହି ଗାଁର ଦୁଇ ଭାଇ – ବାପୁନ ବେହେରା ଓ ଲିପୁନ ବେହେରାକୁ ଗିରଫ କରିଥିଲା । ନଗଦ ୯ ଲକ୍ଷ ଟଙ୍କା ସହ ୪ଟି ମୋବାଇଲ୍‌, ସ୍ମାର୍ଟଫୋନ୍ , ଗୋଟିଏ ଲାପଟପ୍ , ତିନିଟି ପେନ୍ ଡ୍ରାଇଭ, ଭୋଟର ଆଇଡି, ପାନ୍ କାର୍ଡ ଜବତ କରିଛି ପୋଲିସ । ୧୭ ଗ୍ରାମର ସୁନା ବିସ୍କୁଟ ମଧ୍ୟ ପୋଲିସ ଜବତ କରିଛି । ତଦନ୍ତ ବେଳେ ବେଟିଂ ରାକେଟ୍ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ ବୋଲି ଜଣାପଡିଥିଲା ।

Comments are closed.