ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗୀର – ସନ୍ଥ କବି ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତୃତୀୟ ବର୍ଷ ଡାକ୍ତରୀ ଛାତ୍ର ନିରୁପମା ରାୟ ନନ୍ଦ ଲେଡିଜ୍ ହଷ୍ଟେଲ ଝରକାରେ ଝୁଲିପଡିଥିବା ନେଇ କଲେଜ ପକ୍ଷରୁ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ପହଂଚିବା ସମୟରେ ନିରୁପମାଙ୍କୁ ଓହ୍ଲାଇ ଦିଆଯାଇଥିଲା । ପୋଲିସ ଉପସ୍ଥିତିରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସପିଟାଲରକୁ ଅଣାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁର କାରଣ ଜଣାପଡିନାହିଁ । ନିରୁପମା ଜଣେ ମେଧାବୀ ଛାତ୍ରୀ ଥିଲେ । ପୋଲିସର ତଦନ୍ତ ଜାରି ରହିଛି । ତେବେ ତାଙ୍କ ରୁମରୁ ଏକ ପ୍ରକାର କେମିକାଲ ଗନ୍ଧ ବାହାରୁଥିଲା । ପୋଲିସ ସତ୍ୟାସତ୍ୟ ବାହାର କରୁ ବୋଲି ଡିନ୍ ଡକ୍ଟର ସବିତା ମହାପାତ୍ର କହିଛନ୍ତି ।

Comments are closed.