ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ସଂରକ୍ଷଣ ତାଲିକା

ଭୁବନେଶ୍ୱର- ଆଜି ପଂଚାୟନ ନିର୍ବାଚନ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ପାଇବ । ୱାର୍ଡ ମେମ୍ବର, ସରପଂଚ, ସମିତି ସଭ୍ୟଙ୍କ ତାଲିକା ବାହାରିବା ସମ୍ଭାବନା ରହିଛି । ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ତାଲିକା ମଧ୍ୟ ପ୍ରକାଶ ପାଇପାରେ । ଆପତ୍ତି ଥିଲେ ଆସନ୍ତା ୧୬ ତାରିଖ ସୁଦ୍ଧା ଅଭିଯୋଗ କରିହେବ । ଏହି ମାସ ୨୧ ତାରିଖ ସୁଦ୍ଧା ଜିଲ୍ଲାପାଳ ଆପତ୍ତି, ଅଭିଯୋଗର ଶୁଣାଣି କରିବେ . ୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତାବର୍ଷ ଫେବ୍ରୁଆରୀ-ମାର୍ଚ୍ଚ ମାସରେ ପଂଚାୟତ ନିର୍ବାଚନ ହେବା ସମ୍ଭାବନା ରହିଛି ।

Comments are closed.