ଆସନ୍ତା ୧୦ରୁ ୨୦ ଯାଏଁ ରାଜ୍ୟର ସବୁ ସ୍କୁଲ୍ ପାଇଁ ଦଶହରା ଓ କୁମାର ପୂର୍ଣ୍ଣିମା ଛୁଟି ଘୋଷଣା

ଭୁବନେଶ୍ୱର- ଏହି ମାସ ୧୦ ତାରିଖରୁ ୨୦ ତାରିଖ ଯାଏଁ ରାଜ୍ୟରେ ସବୁ ସ୍କୁଲ୍‌ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଦଶହରା ଓ କୁମାର ପୂର୍ଣ୍ଣିମା ପାଇଁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଏବେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଢପଢା ସ୍କୁଲରେ ଚାଲିଥିବା ବେଳେ ୧୦ ତାରିଖରୁ ବନ୍ଦ ହେବ । ପୁଣି ୨୧ ତାରିଖରେ ସ୍କୁଲ୍ ଖୋଲିବ ।

Comments are closed.