ଓଏଏସ -୨୦୧୯ ପରୀକ୍ଷା ଫଳ ପ୍ରକାଶିତ, ୧୫୩ କୃତକାର୍ଯ୍ୟ, ଅଶ୍ୱିନୀ ପଣ୍ଡା ଟପ୍ପର, ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଓଡିଶା ପ୍ରାଶାସନିକ ସେବା (ଓଏଏସ ) -୨୦୧୯ ରେଜଲ୍ଟ ପ୍ରକାଶ ପାଇଛି । ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୧୫୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଅଶ୍ୱିନୀ କୁମାର ପଣ୍ଡା ଟପ୍ପର ହୋଇଛନ୍ତି । ଅଙ୍କୁଳ ଅଭିଳାଷ ଦ୍ୱିତୀୟ ଟପ୍ପର ହୋଇଛନ୍ତି । ୫୬ ମହିଳା ଏଥର କୃତକାର୍ଯ୍ୟ ହୋଇଛନ୍ତି । ଓଡିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ମୋଟ ୪୭ ହଜାର ୭୧୯ ଜଣ ଆବେଦନ କରିଥିଲେ । ୨୫ ହଜାର ୭୮୦ ଜଣ ପ୍ରିଲିମିନାରୀ ପରୀକ୍ଷା ଦେଇଥିବା ବେଳେ ୧ ହଜାର ୮୮୦ ଜଣ ଲିଖିତ ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ । ୩୦୭ ଜଣଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଗତ ସେପଟେମ୍ବର ୨୨ରୁ ଅକ୍ଟୋବର ୫ ତାରିଖ ମଧ୍ୟରେ ମୌଖିକ ପରୀକ୍ଷା କରାଯାଇଥିଲା ।
କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

Comments are closed.