ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ଭାବେ ପାଳନ ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ପୋଲିସର ରହିବ କଡା ନଜର

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ଭାବେ ପାଳନ ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ପୋଲିସର ରହିବ କଡା ନଜର
ଭୁବନେଶ୍ୱର- ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଭୁବନେଶ୍ୱର ଓ କଟକ ସହରରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ରହିବ । ଏହି ସମୟ ମଧ୍ୟରେ ଅମାନିଆଙ୍କ ଉପରେ କଡା ନଜର ରଖାଯିବ । ଅପରାଧୀମାନେ ପୋଲିସ ରାଡାରରେ ରହିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ରାତି ୮ଟାପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଯାଂଚ ଉପରେ ଗୁରୁତ୍ୱ ଦିଆଯିବ । ଦାଦାବଟି ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଦୁ୍‌ର୍ଗାପୂଜା ବେଳେ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ।

Comments are closed.