ଲକ୍ଷ୍ମୀପୁର ହିଂସା ମାମଲା: ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ର ଗିରଫ

ଲକ୍ଷ୍ନୌ: ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ଉପରେ ଗାଡ଼ି ଚଢ଼ାଇବା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଛି। ଆଶିଷ ମିଶ୍ର ଶୁକ୍ରବାର ଦିନ ପ୍ରାୟ ୧୧ଟାରେ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପ୍ରାୟ ୧୨ ଘଣ୍ଟା ଧରି ମାରାଥନ୍ ଜେରା ପରେ କ୍ରାଇମ ବ୍ରାଞ୍ଚ ଟିମ୍ ତାଙ୍କୁ ଗିରଫ କରିଛି । ଆଶିଷ ମିଶ୍ର ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ।

ଅକ୍ଟୋବର ୩ର ଲକ୍ଷ୍ମୀପୁର ଖେରୀରେ କୃଷି ଆଇନ ବିରୋଧରେ ବିକ୍ଷୋଭରତ ଚାଷୀଙ୍କ ଉପରେ ଆଶିଷ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଥିଲା । ଆଶିଷ ମିଶ୍ରଙ୍କ ଗାଡ଼ି ଧକ୍କାରେ ଚାରି ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟିଥିବା ହିଂସାରେ ଆଉ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ୟୁପି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଜୟ ମିଶ୍ରଙ୍କ ପୂର୍ବରୁ ପୋଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଥିଲା ।

Comments are closed.