ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ବୃଦ୍ଧି, ଦିନକରେ ୬୫୨ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ୩୩୧

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟାରେ ପୁଣି ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୫୨ ନୂଆ ଆକ୍ରାନ୍ତ । ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୯୨ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୮୦ ଓ ସ୍ଥାନୀୟ ଅଞ୍ଚଳରୁ ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୩୧ ଆକ୍ରାନ୍ତ । ବହୁଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଦିନକରେ ପୁଣି ୩ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ୭୦, ମୟୂରଭଞ୍ଜରୁ ୨୯, କେନ୍ଦ୍ରାପଡାରୁ ୨୬, ବାଲେଶ୍ୱରରୁ ୧୯, ସୁନ୍ଦରଗଡରୁ ୧୫, ଜଗତସିଂହପୁରରୁ ୧୫, ପୁରୀରୁ ୧୪, ସମ୍ବଲପୁରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୭, ଗଞ୍ଜାମରୁ ୬, ଗଜପତିରୁ ୬, ନୟାଗଡରୁ ୬, ବରଗଡରୁ ୩, ବଲାଙ୍ଗିରରୁ ୩, ରାୟଗଡାରୁ ୨, ସୋନପୁରରୁ ୧, ନୂଆପଡାରୁ ୧, କୋରାପୁଟରୁ ୧, ଝାରସୁଗୁଡାରୁ ୧, ଢେଙ୍କାନାଳରୁ ୧, ଦେବଗଡରୁ ୧ ଓ ଅନୁଗୁଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୩୧ ହଜାର ୬୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୮ ହଜାର ୩୧୧ । ସକ୍ରିୟ ରୋଗୀଙ୍କ ସଂଖ୍ୟା ୫ ହଜାର ୮୩ ରହିଛି ।

Comments are closed.