ରାଜଧାନୀରେ କୋରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ପ୍ରକଟ

ଭୁବନେଶ୍ୱର –ରାଜ୍ୟରେ କୋରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିଲେ ମଧ୍ୟ ଭୁବନେଶ୍ୱରର ସ୍ଥିତିକୁ ନେଇ ଉଦବେଗ ପ୍ରକାଶ ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଭୁବନେଶ୍ୱରରେ ସଂକ୍ରମଣ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି । ପାର୍ବଣ ସମୟରେ ଲୋକଙ୍କୁ ଭିଡ ନ କରିବା ପାଇଁ କୁହାଯିବା ସହ ସତେଚନ କରାଯାଇଥିଲା । କିନ୍ତୁ ଭିଡ ହ୍ରାସ ହେଉନାହିଁ । ହାଟବଜାରରେ ଅସମ୍ଭବ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ସଂକ୍ରମଣ ପୁଣି ବୃଦ୍ଧି ପାଇବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

Comments are closed.