ଏଥର କାର୍ତ୍ତିକରେ ହବିଷ୍ୟାଳୀଙ୍କୁ ପୁରୀ ମନା

ପୁରୀ – ଏଥର ପବିତ୍ର କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କୁ ପୁରୀରେ ହବିଷ ପାଇଁ ଅନୁମତି ମିଳିବ ନାହିଁ । କୋଭିଡ କଟକଣା ଯୋଗୁଁ କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କୁ ପୁରୀ ଆସିବାକୁ ବାରଣ କରାଯାଇଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ସହ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ବୈଠକରେ ଅଧ୍ୟକ୍ଷତା କରିଥିଲେ ।

ଏଥର କୁମାର ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଖୋଲା ରହିବ ବୋଲି ନିଷ୍ପତ୍ତି ହୋଇଛି । ନଭେମ୍ବର ୪, ୧୬, ୧୯ ତାରିଖରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିବ । ନଭେମ୍ବର ୧୮ ତାରିଖରୁ ହେରିଟେଡ୍ କରିଡରର କାମ ଆରମ୍ଭ ହେବ ବୋଲି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି ।

Comments are closed.