କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଅଶାଳୀନ ଆଚରଣକୁ ଓଏଏସ ସଂଘର ନିନ୍ଦା, ଭବିଷ୍ୟତରେ କାର୍ଯ୍ୟକ୍ରମ ବର୍ଜନ ପାଇଁ ଚେତାବନୀ

ବାରିପଦା – ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଅଶାଳୀନ ଆଚରଣ ଯୋଗୁଁ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ମନ୍ତ୍ରୀଙ୍କ ଆଚରଣକୁ ଓଏଏସ ସଂଘ ନିନ୍ଦା କରିବା ସହ ଭବିଷ୍ୟତରେ ତାଙ୍କ କାର୍ଯ୍ୟକ୍ରମ ବର୍ଜନ ପାଇଁ ଚେତାବନୀ ଦେଇଛି । ରାଜ୍ୟ ସରକାରଙ୍କ ଜରିଆରେ କେନ୍ଦ୍ରଙ୍କୁ ମନ୍ତ୍ରୀ ଟୁଡୁଙ୍କ ଅଶାଳୀନ ଆଚରଣ ସଂପର୍କରେ ଅବଗତ କରାଯିବ ବୋଲି ଓଏଏସ ସଂଘର ସଭାପତି ସରୋଜ ସାମଲ କହିଛନ୍ତି । କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ସେ ଜଣେ ଜେଇ ଓ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଡିଆରଡିଏ ପିଡିଙ୍କୁ ଅତି କଟୁ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି । ଏହାଛଡା ମୟୂରଭଞ୍ଜ ସର୍କିଟ ହାଉସରେ ସ୍ଥାନୀୟ ଏଡିଏମଙ୍କୁ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସୋମବାର ଓଏଏସ ସଂଘ କଳାବ୍ୟାଚ୍ ପରିଧାନ କରି ବିରୋଧ ପ୍ରଦର୍ଶନ କରିଥିଲେ ।

Comments are closed.