ରାଜ୍ୟରେ ଆଉ ୪୬୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୪୬୭ ନୂଆ କୋରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ଅଛନ୍ତି ୬୬ ଜଣ ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୭୧ ଓ ସ୍ଥାନୀୟ ଅଂଚଳରୁ ୧୯୬ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୭ ଆକ୍ରାନ୍ତ । କେନ୍ଦ୍ରାପଡାରୁ ୧୭, ପୁରୀରୁ ୧୬, ଗଞ୍ଜାମରୁ ୧୦, ମୟୂରଭଞ୍ଜରୁ ୯, ସୁନ୍ଦରଗଡରୁ ୮, ଜଗତସିଂହପୁରରୁ ୭, ଢେଙ୍କାନାଳରୁ ୬, ନବରଙ୍ଗପୁରରୁ ୫, ଅନୁଗୁଳରୁ ୫, ବାଲେଶ୍ୱରରୁ ୫, ବରଗଡରୁ ୫, ସମ୍ବଲପୁରରୁ ୪, ରାୟଗଡାରୁ ୩, ନୟାଗଡରୁ ୩, କେରାପୁଟରୁ ୩, ଭଦ୍ରକରୁ ୩, କେନ୍ଦ୍‌ୁଝରରୁ ୨, ସୁବର୍ଣ୍ଣପୁରରୁ ୨, ବଲାଙ୍ଗିରରୁ ୧, ଦେବଗଡରୁ ୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଚାରିଟି ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏଯାଏଁ ୧୦ ଲକ୍ଷ ୩୪ ହଜାର ୨୭୬ ଲୋକ କୋରୋନା ସଂକ୍ରମିତ ହୋଇସାରିଛନ୍ତି । ୧୦ ଲକ୍ଷ ୨୦ ହଜାର ୬୪୫ ସୁସ୍ଥ ହୋଇସାରିଛନ୍ତି । ୫ ହଜାର ୨୯୯ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Comments are closed.