ହାତୀ ଆକ୍ରମଣରେ କକାପୁତୁରାଙ୍କ ଜୀବନ ଗଲା

ରେଢାଖୋଲ – ରେଢାଖୋଲରରେ ହାତୀ ଉପଦ୍ରବ । ରେଢାଖୋଲ ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣରେ କକା ପୁତୁରାଙ୍କ ମୃତ୍ୟୁ ହୋଇଛି । କକା ଓ ପୁତୁରା ସାଇକେଲରେ ଯାଉଥିବା ବେଳେ ହାତୀ ଆକ୍ରମଣ କରି ଦଳିଦେଇଛି । ମୃତ କକା ଦୁଶାସନ ଭୋଇଙ୍କ ବୟସ ୨୭ ବର୍ଷ ହୋଇଥିବା ବେଳେ ପୁତୁରା ରତିକଙ୍କୁ ମାତ୍ର ୫ ବର୍ଷ ବୟସ ହୋଇଥିଲା । କକାପୁତୁରାଙ୍କ ଘର ଡିମିରିକୁଦା ଗାଁରେ ବୋଲି ଜଣାପଡିଛି । ଗତକାଲି ସଂଧ୍ୟାରେ ଦୁଃଶାସନ ଓ ରତିକ ସାଇକେଲରେ ବିଜୟୱାଡା-ରାଂଚି ରାଜପଥରେ ବୁୁଲୁଥିଲେ । ରାତିରେ ଘରକୁ ନ ଫେରିବାରୁ ସେମାନଙ୍କୁ ଖୋଜା ଯାଇଥିଲା । ଆଜି ସକାଳେ ରାସ୍ତାକଡରେ ଦୁଃଶାସନଙ୍କ ସାଇକେଲ୍ ପଡିଥିବା ଗାଁ ଲୋକେ ଦେଖିଥିଲେ । ଜଙ୍ଗଲରେ ଖୋଜାଖୋଜି କଲା ପରେ ଉଭୟଙ୍କ ମୃତଦେହ ମିଳିଥିଲା ।

Comments are closed.