ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଧାର୍ଯ୍ୟ କଲେ ସ୍ପିଡ୍ ଲିମିଟ, କେଉଁ ରାସ୍ତାରେ କେଉଁ ଗାଡି କେତେ ବେଗରେ ଚାଲିବ ଜାଣନ୍ତୁ

ଭୁବନେଶ୍ୱର – ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପରିବହନ କର୍ତ୍ତୃପକ୍ଷ ଗାଡିର ବେଗ ଧାର୍ଯ୍ୟ କରିଛନ୍ତି । କେଉଁ ରାସ୍ତରେ କେତେ ବେଗରେ ଗାଡି ଚଳାଇ ହେବ, ସେ ନେଇ ବିଜ୍ଞପ୍ତି ଜାରି କରାଯାଇଥି । ଡ୍ରାଇଭର ସମେତ ୮ ଜଣରୁ କମ୍ କ୍ଷମତା ଥିବା ଗାଡି ୪ ଲେନ୍ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୧୦୦ କିଲୋମିଟର ବେଗରେ ଯାଇପାରିବ । ସେହିଭଳି ପୌରାଞ୍ଚଳ ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଗାଡିର ବେଗ ଘଂଟାପ୍ରତି ରହିବ ସର୍ବାଧିକ ୫୦ କିଲୋମିଟର । ଅନ୍ୟ ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟା ପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଗାଡି ଚଳାଇ ହେବ ।

ଡ୍ରାଉଭର ସହ ୯ରୁ ଅଧିକ ଯାତ୍ରୀ ପରିବହନ କ୍ଷମତା ରଖୁଥିବା ଗାଡି ୪ ଥାକିଆ ରାସ୍ତାରେ ଘଂଟା ପ୍ରତି ସର୍ବାଧିକ ୮୦ କିଲୋମିଟର ବେଗରେ ଯାଇପାରିବ । ସେହିଭଳି ପୌରାଂଚଳ ଦେଇ ଯାଇଥିବା ଜାତୀୟ କିମ୍ବା ରାଜ୍ୟ ରାଜପଥରେ ଏହି ଗାଡି ଘଂଟାପ୍ରତି ୪୦ କିଲୋମିଟର ଓ ଅନ ଜାତୀୟ ଏବଂ ରାଜ୍ୟ ରାଜପଥରେ ଘଂଟା ପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଯାଇପାରିବ ।

ଦୁଇ ଚକିଆ ଗାଡି ୪ ଥାକିଆ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୬୦ କିଲୋମିଟର ବେଗରେ ଚାଲିପାରିବ । ପୌରାଂଚଲ ଦେଇ ଯାଇଥିବା ଜାତୀୟ ଓ ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୪୦ କିଲୋମିଟର ଓ ଅନ୍ୟ ଜାତୀୟ ଏବଂ ରାଜପଥରେ ୫୦ କିଲୋମିଟର ବେଗରେ ଯାଇପାରିବ ।

ତିନିଚକିଆ ଗାଡି ୪ ଲେନ୍ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୪୦ କିଲୋମିଟର, ପୌରାଂଚଳ ଦେଇ ଯାଇଥିବା ରାଜ୍ୟ ଓ ଜାତୀୟ ରାଜପଥରେ ୩୦ କିଲୋମିଟର ଏବଂ ଅନ୍ୟ ଜାତୀୟ, ରାଜ୍ୟ ରାଜପଥରେ ଘଂଟାପ୍ରତି ସର୍ବାଧିକ ୩୦ କିଲୋମିଟର ବେଗରେ ଯାତ୍ରା କରିପାରିବ ।

ମାଲବାହୀ ଗାଡିଗୁଡିକ ୪ ଲେନ୍ ରାସ୍ତାରେ ଘଂଟାପ୍ରତି ସର୍ବାଧିକ ୬୦ କିଲୋମିଟର, ପୌରାଂଚଳ ଦେଇ ଯାଇଥିବା ଜାତୀୟ, ରାଜ୍ୟ ରାଜପଥରେ ୩୦ କିଲୋମିଟର ଏବଂ ଅନ୍ୟ ଜାତୀୟ, ରାଜ୍ୟ ରାଜପଥରେ ଘଂଟାପ୍ରତି ୫୦ କିଲୋମିଟର ବେଗରେ ଯାତ୍ରା କରିପାରିବ ।

Comments are closed.