ଜାତୀୟ ସିନିଅର ଓ ଜୁନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର – ଜାତୀୟ ସିନିଅର ଓ ଜୁନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ଓଡିଶା ଦଳ ଘୋଷିତ ହୋଇଛି । ଏହି ମାସ ୨୧ ତାରିଖରୁ ଝାନସୀରେ ଆରମ୍ଭ ହେବାକୁ ଥିବା ଜାତୀୟ ସିନିୟର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ୧୮ ଜଣିଆ ଓଡିଶା ଦଳର ନେତୃତ୍ୱ ନେବେ ଅସ୍ମିତା ବାର୍ଲା । ରାଂଚିରେ ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଜାତୀୟ ଜୁନିଅର ମହିଳା ହକି ଟୁର୍ଣ୍ଣାମେଂଟ ପାଇଁ ଘୋଷିତ ୧୮ ଜଣିଆ ଦଳର ଅଧିନାୟିକା ଭାବେ ଜ୍ୟୋତି ଛେତ୍ରୀଙ୍କୁ ମନୋନୀତ କରାଯାଇଛି । ଅଲିମ୍ପିଆନ ଲାଜରୁସ ବାର୍ଲା ସିନିୟର ଦଳର କୋଚ୍ ନିଯୁକ୍ତି ହୋଇଥିବା ବେଳେ ଜୁନିଅର ଟିମ୍‌ର କୋଚ ଦାୟିତ୍ୱ ନେଇଛନ୍ତି କାଳୁ ଚରଣ ଚୌଧୁରୀ ।

Comments are closed.