ମନୀଷ ଅନୁରାଗ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କ ଆଜିଠାରୁ ଚାରିଦିନିଆ ପୋଲିସ ରିମାଣ୍ଡ

ଭୁବନେଶ୍ୱର- ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲାରେ ତିନି ଅଭିଯୁକ୍ତଙ୍କ ଚାରି ଦିନିଆ ପୋଲିସ ରିମାଣ୍ଡ ଆଜିଠାରୁ ଆରମ୍ଭ ହେଉଛି । କମିଶନରେଟ ପୋଲିସ ଅଭିଯୁକ୍ତ ଅମ୍ରିତ ବିଶ୍ୱାଳ ଓ ତାହାର ଦୁଇ ସାଙ୍ଗ ଦୀନେଶ କୁମାର ମହାପ।।ତ୍ର ଓ ମୃତ୍ୟୁଞ୍ଜୟ ମିଶ୍ରଙ୍କୁ ଜେରା କରିବ । ଅଭିଯୁକ୍ତଙ୍କୁ ଚାରି ଦିନ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଜେଏମଏଫସି କୋର୍ଟ ଅନୁମତି ଦେଇଛନ୍ତି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚୁର କରିବ ।

ହୋଟେଲ୍ ବିଲ୍ ପେମେଣ୍ଟ ନେଇ ବିବାଦ କାରଣରୁ ମନୀଷ ଅନୁରାଗଙ୍କୁ ତାଙ୍କ ସାଙ୍ଗମାନେ ହିଁ ମାରି ମୃତଦେହ ପୋଖରୀରେ ଫିଙ୍ଗି ଦେଇଥିଲେ ବୋଲି ପୋଲିସ କହିଛି । ଏମ୍ସ ପକ୍ଷରୁ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ମନୀଷଙ୍କ ମୃତ୍ୟୁ ଶ୍ୱାସରୁଦ୍ଧ ଯୋଗୁଁ ହୋଇଥିଲା ବୋଲି ଦର୍ଶାଯାଇଛି ।

Comments are closed.