ମମିତା ମୃତ୍ୟୁ ମାମଲାରେ ଉତ୍ତରାଂଚଳ ଡିଆଇଜିଙ୍କ ଖୁଲାସା : ପରକୀୟା ପ୍ରୀତି ସଂପର୍କରେ ଜାଣିଥିବାରୁ ମମିତାଙ୍କୁ ହତ୍ୟା କରିଛି ଗୋବିନ୍ଦ ସାହୁ

ଭୁବନେଶ୍ୱର – ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ରହସ୍ୟ ଉପରୁ ପରଦା ଉଠାଇଛି ପୋଲିସ । ସନସାଇନ୍ ପବ୍ଲିକ ସ୍କୁଲ୍‌ର ମାଲିକ ଗୋବିନ୍ଦ ସାହୁ ଯୋଜନାବଦ୍ଧ ଭାବେ ମମିତାଙ୍କୁ ହତ୍ୟା କରିଛି ବୋଲି ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ଖୁଲାସା କରିଛନ୍ତି । ଗୋବିନ୍ଦର ପରକୀୟ ପ୍ରୀତି ବିଷୟରେ ମମିତା ଜାଣିଥିଲେ । ଗୋବିନ୍ଦଙ୍କ ବିରୋଧରେ ମମିତାଙ୍କ ପାଖରେ ପ୍ରମାଣ ଥିଲା ବୋଲି ଡିଆଇଜି କହିଛନ୍ତି । ମମିତାଙ୍କୁ ଗତ ୮ ତାରିଖରେ କାର୍ ଭିତରେ ଗୋବିନ୍ଦ ସାହୁ ହତ୍ୟା କରିଥିଲା । ହତ୍ୟା କରିବା ପରେ ମୃତଦେହକୁ ପୋଡି ଷ୍ଟାଡିୟମରେ ପୋତି ଦେଇଥିଲା ଗୋବିନ୍ଦ । ମମିତାଙ୍କୁ ତଂଟି ଚିପି ହତ୍ୟା କରାଯାଇଛି କି ନାହିଁ, ତାହାର ତଦନ୍ତ ଚାଲିିଛି । ଗୋବିନ୍ଦ ସାହୁକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡ ଆବେଦନ କରାଯିବ ବୋଲି ଡିଆଇଜି କହିଛନ୍ତି । ମାମଲାର ଶୁଣାଣି ଫାଷ୍ଟଟ୍ରାକ୍ କୋର୍ଟରେ ହେବ । ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସେ କହିଛନ୍ତି ।

Comments are closed.