ଗୋବିନ୍ଦ ସାହୁକୁ ୫ ଦିନିଆ ପୋଲିସ ରିମାଣ୍ଡ

ବଲାଙ୍ଗୀର – ବହୁଚର୍ଚ୍ଚିତ ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ । ଆଜି ଗୋବିନ୍ଦ ସାହୁକୁ ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା ପୋଲିସ । କୋର୍ଟ ୫ ଦିନିଆ ରିମାଣ୍ଡ ପାଇଁ ପୋଲିସକୁ ଅନୁମତି ଦେଇଛନ୍ତି । ତାକୁ ଏହି ମାମଲାରେ ଅଧିକ ଜେରା କରାଯିବ । ସନସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁର ପରକୀୟା ପ୍ରୀତି ଓ ଅନ୍ୟ କଳା କାରନାମା ସଂପର୍କରେ ମମିତା ଜାଣିଥିବାରୁ ତାଙ୍କୁ ସେ ହତ୍ୟା କରିଥିଲା ବୋଲି ଉତ୍ତରାଂଚଳ ଡିଆଇଡି ଦୀପକ କୁମାର ପ୍ରେସମିଟରେ ଖୁଲାସା କରିଥିଲେ ।

Comments are closed.