ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ଜାତୀୟ ମହିଳା କମିଶନଙ୍କ ଆଭିମୁଖ୍ୟକୁ ବିଜେଡିର କଡା ସମାଲୋଚନା, ବର୍ଷିଲେ ସୁଲତା

ଭୁବନେଶ୍ୱର-ମହାଲିଙ୍ଗ ମିଷ୍ଟ୍ରି ଘଟଣାରେ ନିଜଆଡୁ ମାମଲା ରୁଜୁ କରିଥିବା ଯୋଗୁଁ ଜାତୀୟ ମହିଳା କମିଶନଙ୍କୁ କଡା ସମାଲୋଚନା କରିଛି ବିଜେଡି । ଜାତୀୟ ମହିଳା କମିଶନଙ୍କ ପଦକ୍ଷେପ ହାସ୍ୟାସ୍ପଦ ଓ ଏକପାଖିଆ ବୋଲି ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି । ତଦନ୍ତ ସରିବା ପୂର୍ବରୁ ଜାତୀୟ ମହିଳା କମିଶନର ପଦକ୍ଷେପ ହାସ୍ୟାସ୍ପଦ ବୋଲି ସେ କହିଛନ୍ତି । ୟୁପି, ବିହାର ଓ ମଧ୍ୟପ୍ରଦେଶରେ ମହିଳାଙ୍କ ପ୍ରତି ଅଧିକ ହିଂସା ହେଉଥିବା ବେଳେ ଜାତୀୟ ମହିଳା କମିଶନ କାହିଁକି ଚୁପ୍ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁଲତା । ମହିଳା କମିଶନ ରାଜନୈତିକ ଦଳ ଭଳି କାମ ନ କରନ୍ତୁ ବୋଲି ସେ କହିଛନ୍ତି ।l

Comments are closed.