କଲେଜ ଓ ବିଶ୍ୱବିଦ୍ୟାଳୟରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ପିଜି ନାମଲେଖା

ଭୁବନେଶ୍ୱର – ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ପିଜି ବିଭାଗରେ ଆଜିଠାରୁ ନାମଲେଖା ଆରମ୍ଭ ହୋଇଛି । ଗତକାଲି ପ୍ରଥମ ଚୟନ ତାଲିକା ପ୍ରକାଶ ପାଇଥିଲା । ପ୍ରଥମ ପର୍ଯ୍ୟାୟରେ ମୋଟ ୧୨ ହଜାର ୨୧୪ ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୪ ହଜାର ୭୧୩ ଛାତ୍ର ଓ ୭ ହଜାର ୫୦୧ ଛାତ୍ରୀ ଆଡମିଶନ ପାଇଁ ଯୋଗ୍ୟତାହାସଲ କରିଛନ୍ତି । ଅନୁସୂଚିତ ଜାତି ବର୍ଗରେ ୨ ହଜାର ୩୯୨ ଓ ଅନସୂଚିତ ଜନଜାତି ବର୍ଗରେ ୨ ହଜାର ୬୮୫ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜିଠାରୁ ୨୮ ତାରିଖ ଯାଏଁ ଚାଲିବ ନାମଲେଖା ପ୍ରକ୍ରିୟା । ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଅନଲାଇନରେ ଫି’ ଦାଖଲ କରିପାରିବେ । ନଭେମ୍ବର ୪ ତାରିଖରେ ଦ୍ୱିତୀୟ ଚୟନ ତାଲିକା ପ୍ରକାଶ ପାଇବ ।

Comments are closed.