ବାଲିଘାଟ ସୀମାକୁ ନେଇ ଭୁବନ ଥାନା ଯମୁନାକୋଟ ଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଆହତ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ୬ ଜଣ ଆହତ ହୋଇଛନ୍ତି । ବ୍ରାହ୍ମଣୀ ମାର୍ଥାପୁର ବାଲିଘାଟ ସୀମାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ସଂଘର୍ଷ ହୋଇଛି । ଆହତଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ କିଛି ମାସ ଧରି ମାର୍ଥାପୁର ବାଲିଘାଟକୁ ନେଇ ବିବାଦ ଲାଗି ରହିଥିଲା । ଭୁବନ ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.