ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ନେଇ ବଳିଷ୍ଠ ପ୍ରମାଣ : ଉତ୍ତରାଂଚଳ ଡିଆଇଜି

ବଲାଙ୍ଗିର – ମମିତା ମେହେର ହତ୍ୟା ମାମଲାରେ ତଦନ୍ତ ଜୋରସୋରରେ ଆଗେଇ ଚାଲିଛି ବୋଲି ଉତ୍ତରାଂଚଳ ଡିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି । ମମିତାଙ୍କୁ ଗୋବିନ୍ଦ ହତ୍ୟା କରିଥିବା ନେଇ ପୋଲିସ ହାତରେ ବଳିଷ୍ଠ ପ୍ରମାଣ ଲାଗିଛି । ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରାଯିବ । ସୁରକ୍ଷା ଦୃଷ୍ଟିରୁ ରିମାଣ୍ଡ ସରିବା ପରେ ଗୋବିନ୍ଦକୁ ଆଜି ଭୋରରେ କୋର୍ଟରେ ହାଜର କରାଯାଇଥିଲା ବୋଲି ଉତ୍ତରାଂଚଳ ଡିଆଇଜି କହିଛନ୍ତି । ଗୋବିନ୍ଦ ସାହୁଠୁ ଗୋଟିଏ ମୋବାଇଲ ଉଦ୍ଧାର ହୋଇଛି । ଅଭିଯୁକ୍ତ ଗୋବିନ୍ଦଙ୍କ ସହଯୋଗୀ ରାଧେକୁ ରିମାଣ୍ଡରେ ଅଣାଯିବ । ମମିତାଙ୍କ ପରିବାରଠୁ ରକ୍ତ ନମୁନା ସଂଗ୍ରହ କରାଯାଇ ଡିଏନଏ ଟେଷ୍ଟ ପାଇଁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.