ଅସହ୍ୟ ମହଙ୍ଗା ମାଡ, ଦରଦାମ ବୃଦ୍ଧି ପ୍ରତିବାଦରେ କେନ୍ଦ୍ର ବିରୋଧରେ ଆଜିଠାରୁ ବିଜେଡିର ବିକ୍ଷୋଭ ଓ ଧାରଣା

ଭୁବନେଶ୍ୱର-ଅସହ୍ୟ ଦରଦାମ ବୃଦ୍ଧି ସାଧାରଣ ଖାଉଟିଙ୍କ ଉପରେ ବୋଝ ସଦୃଶ ହୋଇଛି । ଲୋକେ ଆଉ ପନିପରିବା କିଣୁନାହାନ୍ତି । ଖାଇବା ତେଲ ସହ ପେଟ୍ରୋଲ ଡିଜେଲ ବି ମହଙ୍ଗା । ଦରଦାମ ବୃଦ୍ଧି ପାଇଁ କେନ୍ଦ୍ରର ଭୁଲ୍ ନୀତିକୁ ଦାୟୀ କରି ଆଜିଠାରୁ ରାସ୍ତାକୁ ଓହ୍ଲାଇଛି ବିଜେଡି । ଦରଦାମ ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ଆଗରେ ଧାରଣା ଓ ପ୍ରତିବାଦ କରାଯିବ । ଆସନ୍ତାକାଲିଠାରୁ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ । ୫ ରୁ ୭ ତାରିଖ ଯାଏଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସବୁ ବିଧାନସଭା ନିର୍ବାଚନମଣ୍ଡଳୀରେ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରାଯିବ ।

Comments are closed.