ଦୀପାବଳୀ ପରେ ପର୍ଯ୍ୟାୟକ୍ରମେ ଖୋଲିପାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍

ଭୁବନେଶ୍ୱର- ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ଲାଗି ସ୍କୁଲ୍ ଖୋଲିପାରେ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, କୋରୋନାର ତୃତୀୟ ଲହର ସମ୍ଭାବନା କମି କମି ଆସିଲାଣି । ଏ ଦୃଷ୍ଟିରୁ ଦୀପାବଳୀ ପରେ ସ୍କୁଲ୍ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସେ ଆଶା କରନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ପିଲାମାନଙ୍କ ଶିକ୍ଷା ସହ ସ୍ୱାସ୍ଥ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ଏବେ ପର୍ଯ୍ୟାୟକ୍ରମେ ପ୍ରଥମରୁ ସପ୍ତାହ ଯାଏ ସ୍କୁଲ୍ ଖୋଲିବା ନେଇ ବିଚାର ବିମର୍ଶ ଜାରି ରହିଥିବା ସେ କହିଛନ୍ତି ।

Comments are closed.