ଅଧା ଇଞ୍ଚର ଦୁର୍ଗା ମୂର୍ତ୍ତି ପାଇଁ ବିଶ୍ୱ କୀର୍ତ୍ତିମାନ

ବ୍ରହ୍ମପୁର: ରେଶମ ସହରର ଯୁବ କାଷ୍ଟ କାରିଗର ଦିଲ୍ଲୀପ ମହାରଣା ଦଶହରା ସମୟରେ କାଠରେ ତିଆରି କରିଥିଲେ ୦.୫ ଇଞ୍ଚ ବିଶିଷ୍ଟ ଦେବୀ ଦଶଭୁଜାଙ୍କ ମୂର୍ତ୍ତି। କେବଳ ଗମ୍ଭାରୀ କାଠରେ ତିଆରି ଏହି ମୂର୍ତ୍ତି ଅସ୍ତ୍ରଶସ୍ତ୍ର ସହ ସିଂହ ଉପରେ ବିରାଜମାନ ଦେବୀ ତ୍ରିଶୂଳରେ ମହିଷାସୁରକୁ ବଧ କରୁଥିବା ପ୍ରତୀୟମାନ ହେଉଥିଲା। ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଭାବେ ଏକ୍ସକ୍ଲୁସିଭ ୱର୍ଲଡ ରେକର୍ଡ୍ସରେ ସ୍ଥାନିତ ହୋଇଛି ଦିଲ୍ଲୀପଙ୍କ ଏହି କୀର୍ତ୍ତିମାନ। ଏହି ଯୁବ ପ୍ରରତିଭାଙ୍କୁ ଉକ୍ତ ବିଶ୍ଵ ରେକର୍ଡର ମାନପତ୍ର ପଠାଇଛନ୍ତି ସମ୍ପୃକ୍ତ ଅନୁଷ୍ଠାନ।

କ୍ଷୁଦ୍ର କାଷ୍ଟ ଶିଳ୍ପୀ ଦିଲ୍ଲୀପ ମହାରଣା ମାତ୍ର ୧୮ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସରେ ୩ଟି, ଏସିଆ ବୁକ୍ ଅଫ ରେକର୍ଡ୍ସରେ ୨ଟି ରେକର୍ଡ ସହ ବର୍ତ୍ତମାନ ନିଜକୁ ବିଶ୍ୱ ରେକର୍ଡ୍ସରେ ସ୍ଥାନିତ କରିଛନ୍ତି। ଏହା ମୋ ପାଇଁ ବଡ଼ ଉପଲବ୍ଧି ତଥା ମୋ ପାଇଁ ଏବଂ ରାଜ୍ୟ ସକାଶେ ନିହାତି ଗର୍ବର ବିଷୟ ବୋଲି କହିଛନ୍ତି ଦିଲ୍ଲୀପ। ବାପା ଭଗବାନ ମହାରଣା, ମା’ ଝୁନୁ ମହାରଣା, ଭାଇ ମନୋଜ ଓ ମାମୁଁ ବିଶିଷ୍ଟ ବାସ୍ତୁବିତ ସନ୍ୟାସୀ ମହାରଣାଙ୍କ ପ୍ରେରଣା ଯୋଗୁଁ ସେ ଏଭଳି ଉପଲବ୍ଧି ହାସଲ କରି ପାରିଥିବା କହିଛନ୍ତି ଦିଲ୍ଲୀପ।

Comments are closed.