ରାଜଧାନୀର ଡବଲ୍ ମର୍ଡର ଘଟଣା, ଆର୍ଥିକ ସମସ୍ୟା ଯୋଗୁଁ ମାନସିକ ଚାପରେ ଥାଇ ସ୍ତ୍ରୀ, ପୁଅକୁ ହତ୍ୟା କରିଥିଲା ଅଭିଯୁକ୍ତ

ଭୁବନେଶ୍ୱର – ରାଜଧାନୀରେ କଳିଙ୍ଗନଗର ଡବଲ୍ ମର୍ଡର ଘଟଣାର ସତ ସାମନାକୁ ଆସିଛି । ପ୍ରଥମେ ସ୍ତ୍ରୀକୁ ହତ୍ୟା କରିବା ପରେ ନାବାଳକ ପୁଅକୁ ହତ୍ୟା କରିଥିଲା ସ୍ୱାମୀ । ଆର୍ଥିକ ବୋଝ ସହି ନ ପାରି ଏଭଳି କାଣ୍ଡ ଘଟାଇଥିଲା ସ୍ୱାମୀ । ଆର୍ଥିକ ସମସ୍ୟା ଯୋଗୁଁ ଅଭିଯୁକ୍ତ ମାନସିକ ଚାପରେ ଥିଲା । ପୋଲିସ କହିଛି ଯେ, ଟ୍ରେଡିଂ କରି ୧୬ ଲକ୍ଷ ଟଙ୍କା ବାକି କରିଥିଲା ଅଭିଯୁକ୍ତ ସ୍ୱାମୀ । ୩ ଦିନ ଧରି ସ୍ତ୍ରୀ ଓ ପିଲାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଦିନରେ ଖାଇବାରେ ନିଶା ଦେବା ପରେ ବିଳମ୍ବିତ ରାତିରେ ସ୍ତ୍ରୀର ହତ୍ୟା କରାଯାଇଥିଲା ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଗତକାଲି ଭୁବନେଶ୍ୱର ତମାଣ୍ଡୋ ଥାନା ଅଧିନସ୍ଥ କଳିଙ୍ଗନଗର କେ-୪ ଅଂଚଳର ଏକ ଘରଭିତରୁ ମାଆ ଓ ପୁଅଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପତ୍ନୀ ସ୍ୱର୍ଣ୍ଣଲତା ଓ ୯ ବର୍ଷ ପୁଅକୁ ତଂଟି ଚିରି ମାରିଦେବା ପରେ ଫେରାର ହୋଇଯାଇଥିଲା ଅବନ୍ତୀ ମଙ୍ଗରାଜ । ପରେ ତାକୁ ଅଟକ ରଖାଯାଇ ପଚରାଉଚରା କରିଥିଲା ପୋଲିସ । ପୋଲିସ ଆଗରେ ସେ ନିଜର ଦୋଷ ସ୍ୱୀକାର କରିଥିଲା । ସ୍ତ୍ରୀ ଓ ପୁଅକୁ ମାରିବା ପରେ ଅବନ୍ତୀ ନିଜ ଭଣଜାକୁ ସୂଚନା ଦେବା ସହ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ଫୋନ୍ କରିଥିଲେ । ଭଣତା ତୁରନ୍ତ ପୋଲିସକୁ ଜଣାଇବା ପରେ ଅବନ୍ତୀଙ୍କୁ ଗିରଫ କରାଯାଇଥିଲା ।

Comments are closed.