ଦୀପାବଳିରେ ଲକ୍ଷାଧିକ ଟଙ୍କାର ବାଣ ଜବତ

ବ୍ରହ୍ମପୁର: ଗ୍ରୀନ୍ କ୍ରାକର୍ ବ୍ୟତୀତ ଅନ୍ୟ ବାଣ ବିକ୍ରି ପାଇଁ ଗଞ୍ଜାମ ଜିଲ୍ଲାରେ କାହାରିକୁ ଲାଇସେନ୍ସ ଦିଆଯାଇନି ବୋଲି ଗଞ୍ଜାମ ଜିଲ୍ଲାପାଳ ସ୍ପଷ୍ଟ କରି ଦେଇଥିଲେ। ତଥାପି ଦୀପାବଳି ପାଇଁ ବ୍ରହ୍ମପୁର ସହର ସମେତ ବିଭିନ୍ନ ସ୍ଥାନରେ ଅନେକ ଲୋକ ଏଥିରୁ ବିରତ ହୋଇ ନାହାନ୍ତି। ପୋଲିସ ପ୍ରଶାସନ ସେମାନଙ୍କ ଉପରେ ଚଢ଼ଉ ଜାରି ରଖିଛି। ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ପୋଲିସ ଓ ବ୍ରହ୍ମପୁର ତହସିଲଦାର ଆଜି ମିଳିତ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛନ୍ତି। ଏକ ନିର୍ମାଣାଧୀନ କୋଠା ଭିତରେ ବେଆଇନ ଭାବେ ବିପୁଳ ପରିମାଣର ବାଣ ଗଚ୍ଛିତ ରଖିବା ଓ ବିକ୍ରି କରାଯାଉଥିବା ସୂଚନା ପାଇ ଚଢ଼ାଉ କରାଯାଇ ଜଣକୁ ଅଟକ ରଖାଯାଇଛି। ବେଆଇନ୍ ଭାବେ ବାଣ ବିକ୍ରି ଅଭିଯୋଗରେ ଗତକାଲି କୁକୁଡ଼ାଖଣ୍ଡି ତହସିଲ ପ୍ରଶାସନ ଡେଙ୍ଗାପଦରରେ ଗୋଦାମ ଘର ସିଲ୍ କରିଥିଲା। ଛତ୍ରପୁର ଓ ଆସିକାରେ ମଧ୍ୟ ପୋଲିସ ଚଢଉ କରି ବହୁ ମାତ୍ରାର ବାଣ ଜବତ କରିଥିଲା।

Comments are closed.