ରାଜ୍ୟରେ ୨ ଶହ ତଳକୁ ଖସିଲା ଦୈନିକ କୋରୋନା ସଂକ୍ରମଣ , ୧୭୦ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବହୁମାସ ପରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୨ ଶହରୁ ତଳେ ରହିଛି । ସଙ୍ଗରୋଧରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୨୪ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୧, କଟକରୁ ୧୯, ବାଲେଶ୍ୱରରୁ ୧୧, କେନ୍ଦ୍ରାପଡାରୁ ୧୧, ସମ୍ବଲପୁରରୁ ୯, ଯାଜପୁରରୁ ୮, ଜଗତସିଂହପୁରରୁ ୭, ସୁନ୍ଦରଗଡରୁ ୫, ଭଦ୍ରକରୁ ୪, ଗଞ୍ଜାମରୁ ୩, ମୟୂରଭଞ୍ଜରୁ ୩, ବଲାଙ୍ଗିରରୁ ୩, ସୋନପୁରରୁ ୩, ବରଗଡରୁ ୨, କେନ୍ଦୁଝରରୁ ୨, ଢେଙ୍କାନାଳରୁ ୧, ଦେବଗଡରୁ ୧, ଗଜପତିରୁ ୧, ଝାରସୁଗୁଡାରୁ ୧, ପୁରୀରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୦ଟି ଜିଲ୍ଲାରୁ କୌଣସି ମାମଲା ରିପୋର୍ଟ ହୋଇ ନ ଥିବା ବେଳେ ଷ୍ଟେଟ୍ ପୁଲରୁ ୧୪ଟି ମାମଲା ଆସିଛି ।
ରାଜ୍ୟରେ ଏଯାଏଁ ୧୦ ଲକ୍ଷ ୪୨ ହଜାର ୯୪୩ ଲୋକ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୩୦ ହଜାର ୮୮୯ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ସଂଖ୍ୟା ୩ ହଜାର ୬୫୧ ରହିଛି ।

Comments are closed.