କାଲି ବିଜେଡିରେ ମିଶିବେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି

ନବରଙ୍ଗପୁର – ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝି ଆସନ୍ତାକାଲି ବିଜେଡିରେ ଯୋଗ ଦେବେ । ନବରଙ୍ଗପୁରରେ ବିଜେଡିର ମିଶ୍ରଣ କାର୍ଯ୍ୟକ୍ରମରେ ଦଳରେ ଯୋଗ ଦେବେ ପ୍ରଦୀପ । କଂଗ୍ରେସର ଅନ୍ୟ କିଛି ନେତା ଓ କର୍ମୀ ମଧ୍ୟ ବିଜେଡିରେ ସାମିଲ ହେବା ସମ୍ଭାବନା ରହିଛି । ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବା ସମ୍ଭାବନା ରହିଛି । ଗତମାସରେ କଂଗ୍ରେସ ଛାଡିଥିଲେ ପ୍ରଦୀପ ମାଝି । ପ୍ରଦୀପ ମାଝି ୨୦୦୯ରୁ ୨୦୧୪ ଯାଏଁ ନବରଙ୍ଗପୁରର ଲୋକସଭା ସଦସ୍ୟ ଥିଲେ । ୨୦୦୯ରୁ ୨୦୧୧ ଯାଏଁ ମାଝି ରାଜ୍ୟ ଯୁବ କଂଗ୍ରେସ ସଭାପତି ଥିଲେ ।

Comments are closed.