ରାଜଧାନୀରେ ‘କୋଇ ଭାଇ ନେହିଁ’ –କେବିଏନ ଗ୍ୟାଙ୍ଗ୍‌ର ଉତ୍ପାତ, ମୋଟ ୭ ଜଣ ଗିରଫ, ଅନ୍ୟ ସଦସ୍ୟଙ୍କୁ ଖୋଜା ଚାଲିିଛି

ଭୁବନେଶ୍ୱର- ମାରଣାସ୍ତ୍ର ଧରି ଉତ୍ପାତ କରୁଥିବା କେବିଏନ ଗ୍ୟାଙ୍ଗର ଆଉ ୨ ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଏହି ଗ୍ୟାଙ୍ଗର ମୋଟ ୭ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗ୍ୟାଙ୍ଗ୍‌ର ଉତ୍ପାତ ସଂପର୍କିତ ଭିଡିଓ ଭାଇରାଲ ହୋଇଥିଲା । ପୋଲିସ ପୂର୍ବରୁ ୫ ଜଣଙ୍କୁ ଗିରଫ କରିଥିଲା । ହେଲେ ଏବେ ବି ଗ୍ୟାଙ୍ଗ୍‌ର ମୁଖିଆ ବୁବୁକୁ ଗିରଫ କରାଯାଇପାରି ନାହିଁ । ବୁବୁ ଜଣେ ପୋଲିସ ଅଧିକାରୀଙ୍କ ପୁଅ ବୋଲି ଜଣାପଡିଛି । କେବିଏନ ଫୁଲ୍ ଫର୍ମ ହେଲା ‘କୋଇ ଭାଇ ନେହିଁ’ । ଏହି ଗ୍ୟାଙ୍ଗ ମୁଖ୍ୟତଃ କିଶୋରମାନଙ୍କୁ ନେଇ ଗଠିତ । ଏଣେ ଭୟ ବଢାଇଲା ଭଳି ଭିଡିଓ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ଉମାଶଙ୍କର ଦାସ କହିଛନ୍ତି । ଗ୍ୟାଙ୍ଗ୍‌ର ୨୯ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ହୋଇଛି । ଅନ୍ୟମାନଙ୍କୁ ଧରିବାକୁ ପ୍ରୟାସ ଜାରି ରହିଛି ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.