କାଲି ନବୀନ-ଜଗନ ସାକ୍ଷାତ, କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ୍ ପରେ ବିଜେଡିର ପ୍ରତିକ୍ରିୟା, କହିଲା ରାଜ୍ୟର ସ୍ୱାର୍ଥ ଆଗ

ଭୁବନେଶ୍ୱର- ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆସନ୍ତାକାଲି ଓଡିଶା ଆସିବେ । କାଲି ଅପରାହ୍ନ ସାଢେ ଚାରିଟା ବେଳେ ଜଗନ ଭୁବନେଶ୍ୱରରେ ପହଂଚିବେ । ସଂଧ୍ୟା ୫ଟାରୁ ୭ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ ଜଗନ । ସାକ୍ଷାତ ପରେ କାଲି ହିଁ ଅମରାବତୀ ଫେରିଯିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।

ଏଣେ ନବୀନ ଓ ଜଗନଙ୍କ ସାକ୍ଷାତ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌କୁନେଇ ପ୍ରତିକ୍ରିୟା ଦେଇଛି ବିଜେଡି । ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ, କୋଟିଆ ଆମ ପାଇଁ ମୁଖ୍ୟ ପ୍ରସଙ୍ଗ । ଆନ୍ଧ୍ର ପାଇଁ ନୁହେଁ । ଆଲୋଚନାରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ କଥା ଉଠିବ । ଆପୋଷ ସମାଧାନ ନେଇ ଦଳ ଆଶାବାଦୀ ବୋଲି ଦେବୀ ମିଶ୍ର କହିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାରୁ ସୀମା, ଭାଷା ଓ ଜଳ ବିବାଦର ଆପୋଷ ସମାଧାନର ବାଟ ବାହାରୁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ୱିଟ୍‌ର ପ୍ରତିକ୍ରିୟା ରଖିଛି ବିଜେଡି ।

Comments are closed.