ଆଜି ନବୀନ-ଜଗନ ସାକ୍ଷାତ

ଭୁବନେଶ୍ୱର –ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବେ । ଅପରାହ୍ନ ୪ଟା ୩୦ ମିନିଟରେ ଭୁବନେଶ୍ୱରରେ ପହଂଚିବେ ଜଗନ । ୫ଟା ୫୦ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବେ । ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ନେରେଡି,ଝଞ୍ଜାବତୀ ପ୍ରକଳ୍ପ ଓ କୋଟିଆ ସୀମା ବିବାଦ ଉପରେ ଆଲୋଚନା ହେବା ସମ୍ଭାବନା ରହିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଓଡିଶାର ସ୍ୱାର୍ଥ ସମ୍ବଳିତ ସମସ୍ୟା ସର୍ବାଗ୍ରେ ରହିବ ବୋଲି ଗତକାଲି ବିଜେଡି ପକ୍ଷରୁ କୁହାଯାଇଥିଲା ।

Comments are closed.