ରାଜ୍ୟରେ ରାତି ତାପମାତ୍ରା ହ୍ରାସ, ୧୦ରୁ ୧୨ ତାରିଖ ଯାଏଁ କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ବର୍ଷା

ଭୁବନେଶ୍ୱର – ୧୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃୃଷ୍ଟି ହେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶା ମଧ୍ୟକୁ ପୂର୍ବ ଦିଗରୁ ଉଷ୍ମ ଓ ଆର୍ଦ୍ର ବାୟୁ ପ୍ରବେଶ କରିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ଏହାର ପ୍ରଭାବରେ ରାତିର ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବା ସହ ଶୀତ କମିବ । ଏହାଛଡା ୧୦ରୁ ୧୨ ତାରିଖ ଯାଏଁ ରାଜ୍ୟର କିଛି ଅଞ୍ଚଳରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଗତ ରାତିରେ ରାଜ୍ୟର ୮ଟି ଜିଲ୍ଲାରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ରହିଥିଲା । ଦାରିଙ୍ଗବାଡିରେ ରାତିର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି । ଫୁଲବାଣୀ, କୋରାପୁଟ,କେନ୍ଦୁଝର, ଭବାନୀପାଟଣା ଓ ଝାରସୁଗୁଡା,ଟିଟିଲାଗଡ ଓ ସୋନପୁରରେ ରାତିର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା ।

Comments are closed.