ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ସିବିଆଇ କିମ୍ବା ଏନଆଇଏ ତଦନ୍ତ ଅନୁରୋଧ କରି ହାଇକୋର୍ଟରେ ଆବେଦନ

କଟକ – ଚାନ୍ଦିପୁର ଡିଆରଡିଓ ଗୁପ୍ତଚର କାର୍ଯ୍ୟକଳାପ ମାମଲାରେ ସିବିଆଇ କିମ୍ବା ଏନଆଇଏ ତଦନ୍ତ ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି । ଅରୁଣ କୁମାର ବୁଦ୍ଧିଆ ନାମକ ଜଣେ ଆଇନଜୀବୀ େ ନେଇ ହାଇକୋର୍ଟରେ ଆବେଦନ କରିଛନ୍ତି । ହାଇକୋର୍ଟ ତାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ କେନ୍ଦ୍ର ସରକାର, ରାଜ୍ୟ ସରକାର, ସିବିଆଇ ଓ ଏନଆଇଏକୁ ନୋଟିସ ଜାରି କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ହାଇପ୍ରୋଫାଇଲ ମାମଲାର ତଦନ୍ତ ବର୍ତ୍ତମାନ କ୍ରାଇମବ୍ରାଞ୍ଚ କରୁଛି । ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ହନିଟ୍ରାପ୍ ବିଛାଇଥିବା ଦୁଇ ମହିଳା ଗୁପ୍ତଚର କାର୍ଯ୍ୟକଳାପ ସହ ଜଡିତ ଥିବା କ୍ରାଇମବ୍ରାଂଚ ତଦନ୍ତରୁ ଜଣାପଡିଛି ।

Comments are closed.