ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଶାନ୍ତି ଓ ବିକାଶ ପାଇଁ ବିଶ୍ୱ ବିଜ୍ଞାନ ଦିବସ । ଏହି ଉପଲକ୍ଷେ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସମାଜ ସମ୍ମୁଖୀନ ହେଉଥିବା ପ୍ରମୁଖ ବୈଶ୍ୱିକ ଆହ୍ୱାନ ବିରୋଧରେ ପ୍ରସ୍ତୁତି ପାଇଁ ବିଜ୍ଞାନର ଭୂମିକା ଗୁରୁତପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି । ଜନସାଧାରଣଙ୍କ ଉନ୍ନତ ଜୀବନ ଧାରଣ ଓ ସୁସ୍ଥ ସମାଜ ପାଇଁ ବିଜ୍ଞାନର ପ୍ରସାର କରିବା ପାଇଁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.