ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୩ ଶହ ଉପରେ, ୩୮୭ ନୂଆ ଆକ୍ରାନ୍ତ, ୩ ହଜାର ତଳକୁ ଖସିଲା ସକ୍ରିୟ ମାମଲା

ଭୁବନେଶ୍ୱର – ରାଜ୍ୟରେ ପୁଣି ବଢିିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୩୮୭ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୨୨୩ ଓ ସ୍ଥାନୀୟ ଅଞ୍ଚଳରୁ ୧୬୪ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗର ୭୫ ଜଣ ଅଛନ୍ତି ।
ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୯୫ ଆକ୍ରାନ୍ତ । କଟକରୁ ୩୩, ସମ୍ବଲପୁରରୁ ୧୮, ପୁରୀରୁ ୧୨, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୦, ବାଲେଶ୍ୱରରୁ ୯, ଗଜପତିରୁ ୭, ଦେବଗଡରୁ ୬, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ସୁନ୍ଦରଗଡରୁ ୬, ଢେଙ୍କାନାଳରୁ ୫, କେନ୍ଦୁଝରରୁ ୪, ଗଞ୍ଜାମରୁ ୩, ବରଗଡରୁ ୨, ଅନୁଗୁଳରୁ ୨, ବଲାଙ୍ଗୀରରୁ ୨, ମୟୂରଭଞ୍ଜରୁ ୨, ଭଦ୍ରକରୁ ୧, ଝାରସୁଗୁଡାରୁ ୧, କନ୍ଧମାଳରୁ , ନବରଙ୍ଗପୁରରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ଟି ଜିଲ୍ଲାରୁ କୌଣସି ମାମଲା ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ୍ ପୁଲରୁ ୪୩ ମାମଲା ଆସିଛି ।
ଓଡିଶାରେ ଏ ଯାଏଁ ମୋଟ ୧୦ ଲକ୍ଷ ୪୪ ହଜାର ୪୨୮ ଲୋକୋ କୋରୋନା ସଂକ୍ରମିତ ହୋଇଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୩୩ ହଜାର ୨୭ । ୨ ହଜାର ୯୮୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.