ଆସନ୍ତା ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ

ଭୁବନେଶ୍ୱର-ଆସନ୍ତା୧୫ ତାରିଖରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍ ଖୋଲିବ । କ୍ଲାସରୁମ୍ ପାଠପଢା ଆରମ୍ଭ ହେବ । ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି । କୋଭିଡ କଟକଣା ମାନି ପାଠପଢା ହେବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଦୀପାବଳୀ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା ଆରମ୍ଭ ହେବ ବୋଲି ରାଜ୍ୟ ସରକାର ସଙ୍କେତ ଦେଇଥିଲେ । ଷଷ୍ଠ ଓ ସପ୍ତମ ଶ୍ରେଣୀର କ୍ଲାସ ସକଳା ସାଢେ ୯ରୁ ଦିନ ୧ଟା ଯାଏଁ ହେବ । ପିଲାମାନେ ଚାହିଁଲେ ଅନଲାଇନ ଓ ଅଫଲାଇନ କ୍ଲାସ କରିପାରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।

ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇନାହିଁ । ବର୍ତ୍ତମାନ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ପାଠପଢା ଜାରି ରହିଛି ।

Comments are closed.