ଚାକିରି ଦେବା ନାଁରେ ଆଶାୟୀଙ୍କଠାରୁ ଦେଢ କୋଟି ଠକିଥିଲେ ଦୁଇ ଠକ, ଧରିଲା ଅର୍ଥନୈତିକ ଅପରାଧ ଶାଖା

ଭୁବନେଶ୍ୱର- ପୋଲିସ ଚାକିରି ଦେବାକୁ କହି ଦେଢ କୋଟି ଟଙ୍କା ଠକି ନେଇଥିବା ଦୁଇ ଠକଙ୍କୁ ଗିରଫ କରାଯାଇଛି । ଦୁଇ ଠକ ହେଲେ ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା । କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ସେମାନଙ୍କୁ ଗିରଫ କରିଛି । ଜଣେ ନୁହେଁ କି ଦୁଇ ଜଣ ନୁହଁନ୍ତି, ୩୮ ଜଣ ଚାକିରି ଆଶାୟୀଙ୍କଠାରୁ ଦେଢ କୋଟି ଟଙ୍କା ଠକି ନେଇଥିଲେ ଦୁଇ ଠକ । ସିପିଏସି ପରୀକ୍ଷାରେ ଚାକିରି କରେଇ ଦେବା ନାଁରେ ସେମାନେ ପଇସା ଲୁଟିଥିଲେ । ନିଜକପ ଗୃହ ବିଭାଗର ସେକସନ ଅଫିସର ଭାବେ ପରିଚୟ ଦେଉଥିଲେ ବୈକୁଣ୍ଠ ଓ ଭୀମସେନ । ସେମାନଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ, ଜାଲ୍ ପରିଚୟ ପତ୍ର ଜବତ କରାଯାଇଛି । ଏଥିସହ ଅଭିଯୁକ୍ତମାନଙ୍କ ସବୁ ବ୍ୟାଙ୍କ ଆକାଉଂଟ୍ ଫ୍ରିଜ କରାଯାଇଛି ।

Comments are closed.