କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା ଓ ପତ୍ନୀ ଶୀଲା ଝାଡଖଣ୍ଡରୁ ଗିରଫ

ରାଞ୍ଚି – କୁଖ୍ୟାତ ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦା ଶେଷରେ ଗିରଫ ହୋଇଛନ୍ତି । ୭୫ ବର୍ଷିୟ କିଶନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ତାଙ୍କୁ ଝାଡଖଣ୍ଡରୁ ଗିରଫ କରାଯାଇଛି । କିଶନଙ୍କ ପତ୍ନୀ ଶୀଲାଙ୍କୁ ମଧ୍ୟ ଗିରଫ କରାଯାଇଛି । କିଶନ ଏବେ ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ରହିବା ସହ ପଲିଟିବ୍ୟୁରୋ, ସେଂଟ୍ରାଲ ମିଲିଟାରୀ କମିଶନ ଓ ଇଷ୍ଟର୍ଣ୍ଣ ରିଜିଓନାଲ୍ ବ୍ୟୁରୋ –ଇଆରବିର ସଂପାଦକ ଭାବେ କାର୍ଯ୍ୟ କରୁଥିଲେ । ବିହାର, ଝାଡଖଣ୍ଡ, ଓଡିଶା ଓ ଉତ୍ତର ପ୍ରଦେଶ ଭଳି ରାଜ୍ୟଗୁଡିକରେ ମାଓବାଦୀଙ୍କ କାର୍ଯ୍ୟକଳାପ ପରିଚାଳନା କରୁଥିଲେ କିଶନ ଦା ।
କିଶନଙ୍କ ପତ୍ନୀ ମଧ୍ୟ ଜଣେ ଆଗଧାଡିର ମାଓବାଦୀ ନେତ୍ରୀ । ସେଂଟ୍ରାଲ କମିଟିରେ ସେ ଏକମାତ୍ର ମହିଳା ଥିଲେ । ୨୦୦୬ରେ ତାଙ୍କୁ ଗିରଫ କରାଯାଇ ରାଉରକେଲା ଜେଲରେ ରଖାଯାଇଥିଲା । ତାଙ୍କୁ ୨୦୧୬ରେ ମୁକ୍ତ କରାଯାଇଥିଲା ।

Comments are closed.