ଆଜି ଦିଆଯିବ ଜାତୀୟ କ୍ରୀଡା ପୁରସ୍କାର, ପ୍ରମୋଦ ଭଗତ ପାଇବେ ଖେଳରତ୍ନ, ବୀରେନ୍ଦ୍ରା ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିବ ଅର୍ଜୁନ

ନୂଆଦିଲ୍ଲୀ – ଆଜି ପ୍ରଦାନ କରାଯିବ ୨୦୨୧ର ଜାତୀୟ କ୍ରୀଡା ପୁରସ୍କାର । ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ବିଜେତା ଓଡିଶାର ପ୍ରମୋଦ ଭଗତଙ୍କ ସମେତ ୧୨ କ୍ରୀଡାବିତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ ଦିଆଯିବ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ହକି ଦଳର ସଦସ୍ୟ ଥିବା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସମେତ ୩୫ ଜଣ କ୍ରୀଡାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ଦିଆଯିବ । ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ରୀଡାବିତଙ୍କୁ ପୁରସ୍କାର ପ୍ରଦାନ କରିବେ ।

Comments are closed.