ପ୍ରମୋଦ ପାଇଲେ ଖେଳରତ୍ନ, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ମିଳିଲା ଅର୍ଜୁନ

ନୂଆଦିଲ୍ଲୀ – ଓଡିଶାର ପ୍ରଥମ କ୍ରୀଡାବିତ ଭାବେ ପ୍ରମୋଦ ଭଗତ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାରା ଅଲିମ୍ପିଆନ ପ୍ରମୋଦଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଟୋକିଓ ପାରା ଅଲିମ୍ପିକ୍ସ ବ୍ୟାଡମିଂଟନରେ ଓଡିଆ ପୁଅ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସେ ମଧ୍ୟ ଏକାଧିକ ଆନ୍ତର୍ଜାତିକ ଟାଇଟଲ ଜିତିଛନ୍ତି । ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ ଉତ୍ସବରେ ଓଡିଶାର ଦୁଇ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଅର୍ଜୁୁନ ପୁରସ୍କାର ଗ୍ରହଣ କରିଛନ୍ତି ।

Comments are closed.