ଆଜିଠାରୁ ଷଷ୍ଠ,ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ କ୍ଲାସରୁମ ପାଠପଢା, ଦୀର୍ଘ ୨୦ ମାସ ପରେ ସ୍କୁଲରେ ପାଦଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେଉଛି । ସକାଳ ସାଢେ ୯ରୁ ଦିନ ଗୋଟାଏ ଯାଏଁ ଛାତ୍ରଛାତ୍ରୀଙ୍କ ପାଠପଢା ହେବ । ଦୀର୍ଘ ୨୦ ମାସ ପରେ ସ୍କୁଲକୁ ଫେରିବେ ଛାତ୍ରଛାତ୍ରୀ । କୋଭିଡ କଟକଣା ମଧ୍ୟରେ ପାଠ ପଢା ହେବ । କଟକଣା କିଭଳି କାର୍ଯ୍ୟକାରୀ ହେଉଛି,ତାହାକୁ ନିୟମିତ ଯାଂଚ କରିବେ ଅଧିକାରୀ । ଶିକ୍ଷା ସହ ପିଲାଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଗୁରୁତ୍ୱ ଦେବାକୁ କୁହାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ବି ଖୋଲିବ । ଅଫଲାଇନ ସହ ଅନଲାଇନ ପାଠପଢା ବି ଜାରି ରହିବ । ରାଜ୍ୟରେ ଅଷ୍ଟମ, ନବମ, ଦଶମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢା ଜାରି ରହିଛି ।

Comments are closed.