ଏଥର ରାଜ୍ୟର ୬ ହଜାର ୭୯୪ଟି ପଂଚାୟତରେ ହେବ ନିର୍ବାଚନ

ଭୁବନେଶ୍ୱର-ରାଜ୍ୟରେ ଆଗାମୀ ପଂଚାୟତ ନିର୍ବାଚନ ବାବଦରେ ବିସ୍ତୃତ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରାଜ୍ୟର ୬ ହଜାର ୭୯୪ଟି ପଞ୍ଚାୟତରେ ନିର୍ବାଚନ ହେବ । ସରପଂଚ ପଦ ପାଇଁ ୩ ହଜାର ୫୦୦ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ପଛୁଆବର୍ଗଙ୍କ ପାଇଁ ୭୭୮ ସରପଂଚ ଆସନ ସଂରକ୍ଷିତ ରହିଥିବା ବେଳେ ୬ ହଜାର ୭୯୩ ସମିତି ସଭ୍ୟରେ ୩ ହଜାର ୫୩୮ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ପଛୁଆ ବର୍ଗଙ୍କ ପାଇଁ ୯୧୩ଟି ଆସନ ସଂରକ୍ଷିତ ରଖାଯାଇଛି ।

ୱାର୍ଡ ମେମ୍ବର ପାଇଁ ୯୧ ହଜାର ୯୧୬ ୱାର୍ଡ ମଧ୍ୟରୁ ୪୯ ହଜାର ୪୬୯ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରହିଛି ।

୨୦୧୭ ମସିହାରେ ୬ ହଜାର ୮୦୧ ପଂଚାୟତରେ ନିର୍ବାଚନ ହୋଇଥିଲା । ୭ଟି ପଂଚାୟତ ଏନଏସିରେ ମିଶିଥିବାରୁ ଏଥର ନିର୍ବାଚନ ହେବ ନାହିଁ ।

Comments are closed.