ଜୁନିଅର ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଂଚିଲା ନେଦରଲାଣ୍ଡସ ଟିମ୍ , ଆଉ ତିନି ଦେଶର ଦଳ ବି ଆଜି ପହଂଚିବେ

ଭୁବନେଶ୍ୱର – ଜୁନିଅର ବିଶ୍ୱକପ ହକି ପାଇଁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବା ବେଳେ ବିଭିନ୍ନ ଦଳ ଭୁବନେଶ୍ୱରରେ ପହଂଚିବା ଆରମ୍ଭ କରିଛନ୍ତି । ବେଲଜିୟମ ପରେ ନେଦରଲାଣ୍ଡସ ଦଳ ମଧ୍ୟ ଆଜି ପହଂଚିଛି । ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପରେ କଡା ସୁରକ୍ଷା ମଧ୍ୟରେ ସେମାନଙ୍କୁ ହୋଟେଲକୁ ନିଆଯାଇଛି । ଆଜି ମଧ୍ୟ ଫ୍ରାନ୍ସ, ଆର୍ଜେଂଟିନା ଓ ମାଲେସିଆ ଦଳ ମଧ୍ୟ ଭୁବନେଶ୍ୱରରେ ପହଂଚିବେ । ଗତକାଲି ପ୍ରଥମ ଦଳ ଭାବେ ବେଲଜିୟମ ଦଳ ପହଂଚିଥିଲା । ଜୁନିଅର ବିଶ୍ୱକପ୍ ହକି ଏହି ମାସ ୨୪ ତାରିଖରୁ ଆରମ୍ଭ ହେଉଛି । ଏଥିରେ ମୋଟ ୧୬ଟି ଟିମ୍ ଭାଗ ନେଉଛନ୍ତି । ଡିସେମ୍ବର ୫ରେ ଖେଳାଯିବ ଫାଇନାଲ୍ ମ୍ୟାଚ୍ । ନଭେମ୍ବର ୨୪ରେ ଗତଥରର ଚାମ୍ପିଅନ ଭାରତ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ ।

Comments are closed.