ଶିଶୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳର ସୁରେନ୍ଦ୍ର ନାୟକ ଗିରଫ ଟ୍ରାନଜିଟ୍ ରିମାଣ୍ଡରେ ସିବିଆଇ ନେବ ଦିଲ୍ଲୀ 

ଭୁବନେଶ୍ୱର- ଶିଶୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳର ସୁରେନ୍ଦ୍ର ନାୟକକୁ ଗିରଫ କରିଛି ସିବିଆଇ । ୫ ଦିନ ପାଇଁ ଟ୍ରାନଜିଟ ରିମାଣ୍ଡରେ ନେବାକୁ ସିବିଆଇ କୋର୍ଟରେ ଆବେଦନ କରିଥିଲା । ହେଲେ ସ୍ୱତନ୍ତ୍ର କୋର୍ଟ ତିନି ଦିନ ପାଇଁ ତାକୁ ଟ୍ରାନଜିଟ୍ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ସୁରେନ୍ଦ୍ରକୁ ରିମାଣ୍ଡରେ ଦିଲ୍ଲୀ ନିଆଯିବ ବୋଲି ସୂଚନା ମିଳିଛି । ଗତକାଲି ଦେଶର ବିଭିନ୍ନ ରାଜ୍ୟରେ ଶିଶୁ ଯୈାନ ନିର୍ଯାତନା ମାମଲା ନେଇ ସିବିଆଇ ଚଢାଉ କରିଥିଲା । ଢେଙ୍କାନାଳରେ ସୁରେନ୍ଦ୍ରକୁ ଏ ନେଇ ପଚରାଉଚରା କରିଥିଲା ସିବିଆଇ । ଶିଶୁ ପର୍ଣ୍ଣୋଗ୍ରାଫି ଭିଡିଓରେ ପ୍ରସ୍ତୁତ କରୁଥିବା ନେଇ ସୁରେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତାକୁ ଦୀର୍ଘ ସମୟ ଧରି ସିବିଆଇ ପଚରାଉଚରା କରିଥିଲେ ।

Comments are closed.