ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜିଲ୍ଲା ରଣପୁର ଆରଡି ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ନୟାଗଡ- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ଯନ୍ତ୍ରୀ । ନୟାଗଡ ଜିଲ୍ଲା ରଣପୁର ଆରଡି ବିଭାଗର ସହକାରୀ ଯନ୍ତ୍ରୀ ଋଷିନାଥ ବରାଡଙ୍କ ରଣପୁର ସରକାରୀ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲା ଥିବା ଘରେ ମଧ୍ୟ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଏ ଯାଏଁ ଭିଜିଲାନ୍ସ ସରକାରୀ ଯନ୍ତ୍ରୀଙ୍କ ଗୋଟିଏ ପ୍ଲଟ୍‌,ଗୋଟିଏ ଚାରିଚକିଆ ଗାଡି, ଗୋଟିଏ ଦୁଇ ଚକିଆ ଗାଡି ଓ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି । ଚଢାଉ ଜାରି ରହିିଛି । ଚଢାଉରେ ଭିଜିଲାନ୍ସର ୪ଟି ଟିମ୍ ସାମିଲ ହୋଇଛନ୍ତି । ୪ ଜଣ ଡିଏସପି, ୮ ଇନ୍ସପେକ୍ଟର ଓ ଅନ୍ୟ ଜଣେ କର୍ମଚାରୀ ଚଢାଉ କରିଛନ୍ତି ।

Comments are closed.