ବଡ଼ ଓଷା ଓ ଗଜ ମଣ୍ତା ଭୋଗ

କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଓ ଚତୁର୍ଦଶୀରେ ବଡ ଓଷା ଅତି ନିଷ୍ଠାର ସହ ପାଳନ କରାଯାଏ । ଏହି ଓଷା ପାଳନ ଅବସରରେ ମହାଦେବଙ୍କଠାରେ ସ୍ୱତନ୍ତ୍ର ଭୋଗ ଲାଗିହୁଏ । ଏହାକୁ ‘ଗଜପିଠା’ କୁହାଯାଏ । ଗଜ ପିଠା ଦେଖିବାକୁ ପୂରା ଧଳା ଧବଳ । ଅରୁଆ ଚାଉଳ ଚୂନାରେ ଅଥାରବସା ଗଜ ପିଠା ପ୍ରସ୍ତୁତ ହୁଏ । ମହାଦେବଙ୍କୁ ଅର୍ପଣ ପରେ ବ୍ରତଧାରୀ, ଭକ୍ତ ଓ ଶଦ୍ଧାଳୁମାନେ ସେବନ କରନ୍ତି । ବଡ ଓଷାର ମହିମା ପୁରାଣରେ ବର୍ଣ୍ଣିତ । ଏକଦା ଶିବଙ୍କ ଦର୍ଶନ ପାଇଁ ନାରଦ ମୁନି କୈଳାସରେ ପହଞ୍ଚିଥିଲେ । ମହାଦେବଙ୍କ ଦର୍ଶନ ହେଲା । ଭକ୍ତମାନଙ୍କ ଦୁଃଖ ଦୁର୍ଦଶା ସଂପର୍କରେ ନାରଦ ମହାଦେବଙ୍କୁ ଅବଗତ କରାଇଲେ ।

ଭକ୍ତଙ୍କ ଦୁଃଖ ଦୂର ହେବାର ଉପାୟ ପାଇଁ ପ୍ରାର୍ଥନା କଲେ । କାର୍ତ୍ତିକ ଶୁଳ୍କ ଚତୁର୍ଦଶୀରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ ମହାଦେବ କହିଲେ । ସେହି ଦିନଠାରୁ ମର୍ତ୍ତବାସୀ ନିଷ୍ଠାର ସହ ବଡ ଓଷା ପାଳନ କରିଆସୁଛନ୍ତି । ବଡ ଓଷାର ମୁଖ୍ୟ ପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳଶ୍ୱେର । ବ୍ରହ୍ମାଙ୍କ ଦ୍ୱାରା ଶାପ ଗ୍ରସ୍ତ ହେବା ପରେ ଦେବରାଜ ଇନ୍ଦ୍ର ଧବଳଶ୍ୱେର ପୀଠକୁ ଆସି ଶାପମୁକ୍ତ ହୋଇଥିବା ପୁରାଣରେ ବର୍ଣ୍ଣିତ ।

କାହିଁକି ପାଳିତ ହୁଏ ବଡ଼ଓଷା।
~~~~~~~~~~~~~~~~
କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ପାଳିତ ହୋଇଥାଏ ବଡ଼ଓଷା। ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ। ଏହି ଏକଦଶୀରେ ଚର୍ତୁମାସ୍ୟାରୁ ନିଦ୍ରା ଯାଇଥିବା ଦେବତାମାନେ ନିଦ୍ରାତ୍ୟାଗ କରିଥାନ୍ତି। ପଦ୍ମପୁରାଣରେ ଉଲ୍ଲେଖ ଅଛି ବ୍ରହ୍ମାଙ୍କ ଶାପରୁ ମୁକ୍ତ ହେବା ପାଇଁ ଇନ୍ଦ୍ର ଦେବ ପ୍ରଭୁ ଧବଳେଶ୍ୱର ମହାଦେବଙ୍କ ନିକଟରେ ବଡ଼ ଓଷା ବ୍ରତ ରଖି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୁଡ଼ ପକାଇଥିଲେ। ଫଳରେ ତାଙ୍କର ବ୍ରହ୍ମ ଅଭିଶାପ କ୍ଷୟ ହୋଇଥିଲା। ବଡ଼ଓଷାରେ ମନସ୍କାମନା ପୂରଣ ପାଇଁ ଶ୍ରଦ୍ଧାଳୁ ଅରୁଆ ଚାଉଳ ଚୂନାରେ ଏକ ପ୍ରକାର ସ୍ବତନ୍ତ୍ର ପିଠା ଧବଳେଶ୍ୱରଙ୍କ ପାଖରେ ଲାଗି କରିଥାନ୍ତି। ଏହାକୁ ଗଜ ପିଠା କୁହାଯାଏ। ଏହି ପିଠାରେ ଖଳି, ନଡ଼ିଆ, ଗୁଡ଼, ଗୁଜୁରାତି ଆଦି ବ୍ୟବହୃତ ହୋଇଥାଏ। ଗଜ ଭୋଗ ସେବନ ପରେ ଶ୍ରଦ୍ଧାଳୁ ବ୍ରତ ଭଙ୍ଗ କରିନ୍ତି।

ଏହି ଓଷାରେ ବ୍ରତଧାରୀମାନେ ଏକପ୍ରକାର ଭୋଗ ପ୍ରସ୍ତୁତ କରନ୍ତି ,ଯାହାକୁ ମକର ଚାଉଳ କୁହାଯାଏ।ଏହା ଅରୁଆ ଚାଉଳ ,ଖୀର ,କଦଳୀ ,ନଡିଆରେ ପ୍ରସ୍ତୁତ ହୋଇ ପୂଜା କରାଯାଏ ।ପୁନଶ୍ଚ ଏହି ଓଷାରେ ଏକପ୍ରକାର ସ୍ୱତନ୍ତ୍ର ଭୋଗ ଅଛି ଯାହାକୁ ବଡ଼ଓଷା ଭୋଗ କହନ୍ତି ।

ଧୁଆଲିପା ହୋଇ ନୂତନ ଧାନର ଅରୁଆ ଚାଉଳ ,ଗୁଡ଼ , ନଡ଼ିଆ ,ଘିଅ ସହିତ ଏକ ପ୍ରକାର ଓଷା ଗୁଣ୍ଡ ଦେଇ ନୂତନ ଭାବେ ଚୁଲି ବା ଅହିଆରେ ପ୍ରସ୍ତୁତ ହୁଏ । ଶାଳ କାଠରେ ଭୋଗ ରାନ୍ଧିବା ପାଇଁ ଏକ ବାଡି ତିଆରି ହୁଏ ।ଯାହାକୁ ଘୋଟା କହନ୍ତି।କେହି କେହି ଏହି ଭୋଗକୁ ଚିନିରେ ତ କେହି ଏହାକୁ ଗୁଡ଼ରେ ତିଆରି କରନ୍ତି । ଓଡ଼ିଆରେ ବଡ଼ ଓଷା ଭୋଗକୁ ତରଣ କହନ୍ତି ।

Comments are closed.