କୃଷି ଆଇନ ପ୍ରତ୍ୟାହାର ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ, କହିଲେ ବିଜେଡି ସର୍ବଦା କୃଷକଙ୍କ ପଛରେ ରହିଛି

ଭୁବନେଶ୍ୱର- ଦେଶ ଓ ଏହାର କୃଷକଙ୍କ ସ୍ୱାର୍ଥର ହିତକୁ ଦୃଷ୍ଟିରେ ରଖି ତିନି କୃଷି ଆଇନ ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିର ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷଜମି ଓ କୃଷକଙ୍କ ପରିବାର କୃଷକଙ୍କ ଫେରିବା ପଥକୁ ବହୁଦିନ ଧରି ଅପେକ୍ଷା କରିଥିଲେ । କୃଷକମାନେ ଏବେ ନିଜ କାମକୁ ଫେରିବେ ଦେଖି ସେମାନେ ଖୁସି ହେବେ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି । ବିଜେଡି ସର୍ବଦା କୃଷକଙ୍କ ହିତର ସୁରକ୍ଷା ପାଇଁ କାମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.