ଗାଙ୍ଗପୁର ଥାନା ଜାତୀୟ ପୁରସ୍କାର ପାଇବା ଓଡିଶା ପୋଲିସ ପାଇଁ ଗର୍ବର ବିଷୟ

କଟକ- ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ୨୦୨୧ ପାଇଁ ଦେଶର ଦ୍ୱିତୀୟ ସର୍ବଶ୍ରେଷ୍ଠ ଥାନା ରୂପେ କେନ୍ଦ୍ର ଗୃହମନ୍ତ୍ରାଳୟ ଦ୍ୱାରା ପୁରସ୍କୃତ ହୋଇଛି । ଏହା ବେଶ୍ ଗର୍ବର ବିଷୟ ବୋଲି ଓଡିଶା ପୋଲିସ ପକ୍ଷରୁ କୁହାଯାଇଛି । ଗାଙ୍ଗପୁର ଥାନା ଆଇଆଇସି ଲକ୍ଷନୌରେ କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ଓଡିଶା ପୋଲିସ ପାଇଁ ଏହା ସମ୍ମାନ ବୋଲି କୁହାଯାଇଛି ।

Comments are closed.